କରୋନା ଭୟ: ୫୪ ହଜାର କଏଦୀଙ୍କୁ ମୁକ୍ତ କଲା ଇରାନ

ତେହେରାନ୍‌,୪।୩ : କରୋନା ଆତଙ୍କରେ ଇରାନ ସରକାର ଆତଙ୍କିତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୨୩ ସାଂସଦଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇସାରିଛି। ସୁରକ୍ଷା ଦୃଷ୍ଟିରୁ ସରକାର ୫୪ ହଜାର କଏଦୀଙ୍କୁ ମୁକ୍ତ କରିଛନ୍ତି। ତେବେ ୫ ବର୍ଷରୁ କମ ସମୟ ଜେଲରେ ବିତାଇଥିବା କଏଦୀଙ୍କୁ ମୁକ୍ତ କରାଯାଇ ନ ଥିବା ନ୍ୟାୟପାଳିକା ପ୍ରବକ୍ତା ଘୋଲମ ହୁସେନ ଇସମାଇଲ୍‌ କହିଛନ୍ତି। ମୁକ୍ତ ହୋଇଥିବା ସମସ୍ତ କଏଦୀଙ୍କଠାରେ କରୋନା ସଂକ୍ରମଣ ନ ଥିବା ସେ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।

Share