Categories: ଜାତୀୟ

କରୋନା ଭୟ: ୪ ଟଙ୍କାରେ ବିକ୍ରି ହେଲା ଚିକେନ୍‌

ହରିୟାଣା,୧୬।୩: କରୋନା ଭାଇରସ ଏବେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଲାଣି। ବିଶେଷ ଭାବେ ପୋଲଟ୍ରି ଫାର୍ମ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଯଦିଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିକେନ ଓ ମାଂସ ଖାଇଲେ କରୋନା ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଏହାପରେ ବି ଲୋକେ ଚିକେନ ଖାଇବାକୁ ପସନ୍ଦ କରୁ ନ ଥିବା ଦେଖାଯାଇଛି। ହରିୟାଣାରେ ପୋଲଟ୍ରି ଫାର୍ମରେ ପାଖାପାଖି ୩ ହଜାର କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି। କାରଣ କରୋନା ଭାଇରସ ଆସିବା ଦିନରୁ କୁକୁଡା ବିକ୍ରିରେ ୮୦ ପ୍ରତିଶତ କମ୍‌ ବ୍ୟବସାୟ ହୋଇଥିବା ଜଣାପଡିଛି। ଏମିତିକି ୨୦ ଦିନତଳେ ଚିକେନ୍‌ କିଲୋଗ୍ରାମ ପିଛା ୫୦ ଟଙ୍କା ବିକ୍ରି କରାଯାଉଥିବା ବେଳେ ଏବେ ଏହା ୪ ଟଙ୍କାକୁ ଖସି ଆସିଥିବା କୁହାଯାଉଛି। ସେହିପରି ୪ଟଙ୍କା ୮୦ ପଇସାରେ ବିକ୍ରି କରାଯାଉଥିବା ଅଣ୍ଡା ଏବେ ୨ଟଙ୍କାକୁ ଖସି ଆସିଛି।

Share