କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ। ୧୬ ନଂ. ଜାତୀୟ ରାଜପଥର ସିମୁଳିଆ ଥାନା ଅଧୀନ ଜାମୁଝାଡି ନିକଟରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅଟକାଯାଇ ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସମ୍ବିତ କୁମାର ଦାଶ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରଶାସନିକ ଅଧିକାରୀ ରୂପେ ପୋଲିସ ଏଏସ୍‌ଆଇ ଭୁବନାନନ୍ଦ ସେଠୀ, କନିଷ୍ଠ ଏମ୍‌ଭିଆଇ ଦେବାଶିଷ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସମସ୍ତ ଯାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।