କରୋନା ଭୟ: ଭିଡ଼ିଓ କଲ୍‌ ମାଧ୍ୟମରେ ହେଲା ନିର୍ବନ୍ଧ!

ଅହମଦାବାଦ,୧୯।୩: କରୋନା ଭାଇରସ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। ଗୋଟିଏ ସ୍ଥାନରେ ଗହଳି କରିବାକୁ ସରକାର ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଝିଅ ପୁଅଙ୍କ ବିବାହ ପାଇଁ ଅପେକ୍ଷା କରିଥିବା ପରିବାର ଅଡୁଆରେ ପଡିଯାଇଛନ୍ତି। ଗୁଜରାଟର ଅହମଦାବାଦରେ ଜଣେ ଝିଅଙ୍କ ନିର୍ବନ୍ଧ ପାଇଁ ପରିବାର ଲୋକେ ଭିଡିଓ କଲର ସାହାଯ୍ୟ ନେଇଥିବା ଜଣାପଡିଛି। ଉଭୟ ପର ପରିବାର ଭିଡିଓ କଲ୍‌ ଜରିଆରେ ନିର୍ବନ୍ଧ କାମ କରୁଥିବା ଦେଖାଯାଇଛି। ଏମିତିକି ପଣ୍ଡିତ ମନ୍ତ୍ର ପଢିବା ପରେ କନ୍ୟା ପକ୍ଷର ଜଣେ ମହିଳା ଝିଅ ମୁଣ୍ଡରେ ଲାଲ ଓଢଣି ଢାଙ୍କି ଦେଉଥିବା ଦେଖାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ବିଭିନ୍ନ ଦେଶରେ ଖବର ଭାବେ ପ୍ରଚାର ପ୍ରସାର କରାଯାଉଥିବା ବେଳେ କରୋନା ଭାଇରସ ପ୍ରତି ସତର୍କତା ମଧ୍ୟ ସୃଷ୍ଟି କରାଯାଉଥିବା ଜଣାପଡିଛି। କରୋନା ଭାଇରସରେ ଏବେ ଭାରତରେ ୧୬୮ ଜଣ ସଂକ୍ରମିତ ହୋଇଥିବା ବେଳେ ସାରା ବିଶ୍ୱରେ ୨ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାସହ ବିଶ୍ୱବ୍ୟାପୀ ୮ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ତେଣୁ ଏବେ କୁହାଯାଇଛି କାହାକୁ ଆଲିଙ୍ଗନ କରନ୍ତୁ ନାହିଁ, କର ମର୍ଦ୍ଦନ କରନ୍ତୁ ନାହଁି, ଗୋଟିଏ ସ୍ଥାନରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ରୁହନ୍ତୁ ଇତ୍ୟାଦି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ପରିବାର ଭିଡିଓ କଲ୍‌ ଜରିଆରେ ନିର୍ବନ୍ଧ କରିଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି।

Share