କରୋନା ଭୟ: ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌ ଭିଜା ଆବେଦନ ଉପରେ ସାମୟିକ କଟକଣା ଜାରି କଲା ଭାରତ

ବେଜିଂ,୨।୨: କରୋନା ଭୁତାଣୁ ଯୋଗୁ ଚାଇନାର ବୁହାନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ଭାରତ ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌ ଭିଜା ଆବେଦନ ଉପରେ  ସାମୟିକ କଟକଣା ଜାରି କରିଛି। ଏହା ସହିତ ଚାଇନାରେ ଥିବା ଅନ୍ୟ ବିଦେଶୀ ନାଗରିକଙ୍କ ଭିଜା ଆବେଦନ ଉପରେ ମଧ୍ୟ ଏଭଳି କଟକଣା ଜାରି ହୋଇଛି। ଏସମ୍ପର୍କରେ ବେଜିଂରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଚାଇନାରେ ଥିବା ୬୪୭ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।

Share