Categories: ଜାତୀୟ

କରୋନା ଭୟ: ଆସିଲେନି ସମ୍ପର୍କିୟ, ହିନ୍ଦୁ ବ୍ୟକ୍ତିଙ୍କ ସଂସ୍କାର କଲେ ମୁସଲମାନ

ବୁଲନ୍ଦସର,୨୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଯଦି କାହାର ସାଧାରଣ ଭାବେ ମୃତ୍ୟୁ ହେଉଛି ତେବେ ବି ଲୋକେ ସଂସ୍କାର କରିବାକୁ ଘରୁ ଗୋଡ କାଢୁ ନାହାନ୍ତି। ହେଲେ ଏହି ସମୟରେ ଉତ୍ତରପ୍ରଦେଶ ବୁଲନ୍ଦସରରେ ହିନ୍ଦୁ ମୁସଲମାନଙ୍କ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଆନନ୍ଦ ବିହାରରେ ରହୁଥିବା ରବିଶଙ୍କରଙ୍କର ଶନିବାର ମୃତ୍ୟୁ ପରେ କରୋନା ସଂକ୍ରମଣ ଭୟରେ ତାଙ୍କର କୌଣସି ସମ୍ପର୍କିୟ ସଂସ୍କାରରେ ଯୋଗ ଦେବାକୁ ମନା କରି ଦେଇଥିଲେ। ଏହାପରେ ନିକଟରେ ଥିବା କେତେଜଣ ମୁସଲମାନ ପରିବାର ଏକାଠି ହୋଇ ରବିଶଙ୍କରଙ୍କ ମୃତଦେହକୁ କାନ୍ଧେଇବା ସହ ରାମ ନାମ ସତ୍ୟ କହି ଶ୍ମଶାନକୁ ନେଇ ସେଠାରେ ସଂସ୍କାର କରିଥିବା ଜଣାପଡିଛି।

Share