କରୋନା ଭୂତାଣୁ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ସୀମାକୁ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା ଲାଗି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ସରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ କରୋନା ଭୂତାଣୁ ଏତେ ଶୀଘ୍ର ଶେଷ ହେବନାହିଁ। ଏହା ସହିତ ବଞ୍ଚିବା ଶିଖିବାକୁ ପଡ଼ିବ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୨ ଅବା ୩ ଗୁଣା ହେଲେ କିଭଳି ସ୍ଥିତିକୁ ନିୟନ୍ତ୍ରଣ କରାଯିବ ସେ ନେଇ ସରକାର ଯୋଜନା କରୁଥିବା ସେ କହିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଲେ କରୋନା ଭୂତାଣୁର ଭୟ ରହିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share