Categories: ଫୁରସତ

କରୋନା ଭାଇରସ: ହଜାର ହଜାର ମାଙ୍କଡ଼ଙ୍କ ମଧ୍ୟରେ ଏଠି ଲାଗୁଛି ଲଢେଇ

ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ବିଶ୍ୱର ୧୧୭ ଦେଶକୁ ବ୍ୟାପିସାରିଛି। ଏହାର ପ୍ରକୋପକୁ ଦେଖି ବିଭିନ୍ନ ଦେଶରେ ଏକ ପ୍ରକାର ଅଚଳାବାସ୍ଥା ଦେଖାଦେଇଛି। ଅନେକ ସ୍ଥାନରେ ସ୍କୁଲ, କଲେଜ, ମଲ୍‌, ମନ୍ଦିର ଆଦିକୁ ବନ୍ଦ କରି ଦିଆଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ହଜାର ହଜାର ମାଙ୍କଡ଼ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି। ଜଣାପଡିଛି କି ଏମାନେ ଖାଦ୍ୟ ପାଇଁ ଲଢେଇ କରୁଛନ୍ତି। ଦୃଶ୍ୟଟି ଥାଇଲାଣ୍ଡରେ ଥିବା ଏକ ମନ୍ଦିରର ବୋଲି କୁହାଯାଉଛି। ଉକ୍ତ ମନ୍ଦିରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ ଯାଆସ କରୁଥିବା ବେଳେ ସେଠାରେ ଥିବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେଇଥାଆନ୍ତି। ହେଲେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି ମନ୍ଦିରକୁ ବନ୍ଦ କରାଯିବା ସହ ଏଠାକୁ ଭକ୍ତମାନେ ଆସୁ ନାହାନ୍ତି। ତେଣୁ ଖାଦ୍ୟାଭାବରୁ ସେଠାରେ ଥିବା ମାଙ୍କଡ଼ମାନେ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି ବୋଲି କୁହାଯାଉଛି।

Share