କରୋନା ଭାଇରସ ଭୟ: ପ୍ଲାଷ୍ଟିକରେ ନିଜକୁ ଘୋଡାଇ ରଖିଲେ ବିମାନ ଯାତ୍ରୀ

କାନବେରା,୨୪।୨: କରୋନା ଭାଇରସରେ ଏବେ ଭୟଭୀତ ସାରା ବିଶ୍ୱ। ଚାଇନାରେ ପ୍ରଥମେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱର ବିଭିନ୍ନ ଭାଗକୁ ବ୍ୟାପିବାରେ ଲାଗିଛି। ଏହାର କୌଣସି ସଠିକ୍‌ ଚିକିତ୍ସା ପଦ୍ଧତି ନ ଥିବା ବେଳେ ସତର୍କତା ହିଁ ଏହି ରୋଗଠାରୁ ମଣିଷକୁ ଦୂରେଇ ରଖିବ ବୋଲି କୁହାଯାଉଛି। ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ଭାଇରସରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ଲାଷ୍ଟିକରେ ଘୋଡାଇ ରଖିଛନ୍ତି। ଫେସ୍‌ ମାସ୍କ ସହ ଏହି ଯାତ୍ରୀଙ୍କ ସତର୍କତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଲିସା ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ଟୁଇଟ୍‌ କରିବା ପରେ ସମସ୍ତ ଘଟଣା ସମ୍ପର୍କରେ ଜଣାପଡିଛି।

Share