କରୋନା ଭାଇରସ: ଭାରତୀୟ ସଂସ୍କୃତିକୁ ଆପଣାଇଲା ଆମେରିକା

ଓ୍ବାଶିଂଟନ,୧୩।୩: କରୋନା ଭାଇରସର ଭୟ ଏତେ ମାତ୍ରାରେ ବଢି ଚାଲିଛି ଯେ ଏଥିରୁ ଦୂରେଇ ରହିବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। କରୋନା ଯୋଗୁ ଆଲିଙ୍ଗନ କରିବା, ହାତ ମିଳାଇବା ଆଦିକୁ ବାରଣ କରାଯାଇଥିବାରୁ ଏବେ ବିଦେଶୀମାନେ ଭାରତୀୟ ସଂସ୍କୃତିକୁ ଆପଣାଉଥିବା ଦେଖାଯାଇଛି। ଏହାର ଏକ ଉଦାହରଣ ଗୁରୁବାର ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ଦେଖିବାକୁ ମିଳିଛି। ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭରାଡକରଙ୍କ ସହ ହାତ ମିଳାଇବା ପରିବର୍ତ୍ତେ ଭାରତୀୟ ସଂସ୍କୃତି ଭଳି ନମସ୍କାର କରି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଦୁଇ ନେତା କଥା ହୋଇଥିଲେ କି କରୋନାର ମୁକାବିଲା କରିବାକୁ ଏବେ ଆମକୁ ଏପରି ଅଭିବାଦନ ଜଣାଇବା ଦରକାର। ଭାରତରେ ଲୋକେ ଅତିଥିଙ୍କୁ ଏମିତି ସ୍ବାଗତ କରି ଥାଆନ୍ତି ବୋଲି ମଧ୍ୟ କଥା ଉଠାଇଥିଲେ।

Share