କରୋନା ଭାଇରସ: ବ୍ରିଟେନ୍‌ରେ ୧୫ ଲକ୍ଷ ଲୋକଙ୍କୁ ୩ ମାସ ଘରେ ରହିବାକୁ କୁହାଗଲା!

ଲଣ୍ଡନ,୨୨।୩: କରୋନା ଭାଇରସ ଚାଇନା ପରେ ଏବେ ୟୁରୋପରେ ତା’ର କାୟା ବିସ୍ତାର କରି ଚାଲିଛି। ଇଟାଲିରେ ତାଣ୍ଡବ ରଚିଥିବା କରୋନା ଫ୍ରାନ୍ସ, ଜର୍ମାନୀ ଓ ସ୍ପେନରେ ମଧ୍ୟ ତା’ର ଉଗ୍ର ରୂପକୁ ପ୍ରକାଶ କରିଛି। ସେହିପରି ବ୍ରିଟେନରେ ୫ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୨୩୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କରୋନାର ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏବେ ବ୍ରିଟେନର ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ଘରେ ରହିବାକୁ ଉପଦେଶ ଦିଆଯାଇଛି। ଏମାନଙ୍କ ମଧ୍ୟରେ ବିଶେଷ ଧରଣର ବ୍ୟକ୍ତି ରହିଥିବା ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ କ୍ୟାନସର, ହୃଦରୋଗ, ସିଷ୍ଟିକ ଫାଇବ୍ରୋସିସ୍‌ ଭଳି ଜଟିଳ ରୋଗରେ ପୀଡ଼ିତ ଏବଂ ଯେଉଁମାନଙ୍କର କୌଣସି ଅଙ୍ଗ ପ୍ରତିରୋପଣ କରାଯାଇଛି ସେହିଭଳି ବ୍ୟକ୍ତିମାନଙ୍କୁ ୩ ମାସ ପର୍ଯ୍ୟନ୍ତ ଘର ଭିତରେ ବନ୍ଦ ରହିବାକୁ କୁହାଯାଇଛି। ଯେଉଁମାନଙ୍କୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ରହିଛି ସେମାନେ ଫୋନ୍‌ ମାଧ୍ୟମରେ ଏହା ମଗାଇ ଦେବାକୁ ସରକାର କହିଛନ୍ତି। ଏହାପରେ ବ୍ରଟେନରେ ଥିବା ଏଭଳି ପ୍ରାୟ ୧୫ ଲକ୍ଷ ଲୋକ ଘରେ ବନ୍ଦ ହୋଇ ରହିବେ ବୋଲି ଅନୁମାନ କରାଯାଉଛି।

Share