Categories: ଜାତୀୟ

କରୋନା ଭାଇରସ: ନଏଡ଼ାରେ ହୋଇପାରେ ୪ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ସୁଦ୍ଧା ଭାରତରେ ୧୬୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନୋଏଡାରେ ୪୦୦ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି। ଏବେ ନଏଡ଼ାରେ ୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢି ଚାଲିଛି। ଏବେ ଭାରତରେ କରୋନା ଷ୍ଟେଜ୍‌ ୨ରେ ଥିବା ବେଳେ ଆସନ୍ତା ୧୫ ଦିନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କୁହାଯାଉଛି। ଏହାକୁ ଷ୍ଟେଜ୍‌ ୩କୁ ନ ଯିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସବୁ ପ୍ରକାର ସଚେତନତା ଗ୍ରହଣ କରାଯାଉଛି।

Share