କରୋନା ଭାଇରସ: ଦେଶରେ ସୁସ୍ଥ ହାର ୪୦.୨୩ ପ୍ରତିଶତ

ନୂଆଦିଲ୍ଲୀ,୨୧।୫: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୦୨ଜଣ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଦେଶରେ ସୁସ୍ଥ ହାର ୪୦.୨୩ ପ୍ରତିଶତ ହୋଇଛି ବୋଲି ଗୁରୁବାର କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ପୂର୍ବରୁ ଏହି ସୁସ୍ଥତା ହାର ୩୯.୬୨ ପ୍ରତିଶତ ଥିବା ବେଳେ ଏବେ ଏଥିରେ ବୃଦ୍ଧି ଘଟିଛି। ଏବେ ଦେଶରେ ମୋଟ ୪୫,୨୯୯ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୩୫୮ ରହିଥିବା ବେଳେ ୬୩,୬୨୪ ଜଣଙ୍କର ଚିକିତ୍ସା ଚାଲିଛି ଓ ୩,୪୩୫ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ମାତ୍ର ୨.୯୪ ପ୍ରତିଶତ ଆଇସିୟୁରେ ଚିକିତ୍ସିତ ହେଉଥିବା କୁହାଯାଇଛି।

Share