କରୋନା ଭାଇରସ: ଦକ୍ଷିଣ କୋରିଆର ସ୍ଥିତି ଅସମ୍ଭାଳ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ଅତିକ୍ରମ କଲା

ସିଓଲ,୩।୩: ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଗଲାଣି। ମଙ୍ଗଳବାର ୪୭୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି ସଂଖ୍ୟା ୫ ହଜାର ଅତିକ୍ରମ କରିଛି। ଏହାସହ ସୋମବାର ଆଉ ୨ ଜଣଙ୍କ କରୋନା ଭାଇରସ ଯୋଗୁ ମୃତ୍ୟୁ ହେବାରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏବେ ଚାଇନା ବାହାରେ କରୋନା ଭାଇରସ ଯୋଗୁ ୧୨୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନା ବାହାରେ ୧୫ଶହରୁ ଊର୍ଦ୍ଧ୍ୱ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଡବ୍ଲୁଏଚ୍‌ଓର ରିପୋର୍ଟ ଅନୁଯାୟୀ, ଏବେ ଚାଇନା ବାହାରେ ପ୍ରାୟ ୬୪ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮,୭୭୪।

Share