Categories: ଜାତୀୟ

କରୋନା ଭାଇରସ: ଚାଇନାକୁ ଯୋଗ ଶିଖାଇବାକୁ କହିଲେ ରାମଦେବ

ରାଞ୍ଚି,୭।୩: ଯୋଗଗୁରୁ ବାବା ରାମଦେବ ଶନିବାର ରାଞ୍ଚିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କରୋନା ଭାଇରସ ସଂକ୍ରମଣକୁ ନେଇ କିଛି କଥା କହିଛନ୍ତି। ସାରା ବିଶ୍ୱରେ ଏବେ ପାଖାପଖି ୧ କୋଟି ଲୋକ କରୋନା ଭାଇରସ କବଳରେ ଆସିଥିବା ବେଳେ ଯେଉଁ ଦେଶରେ ଥଣ୍ଡା ପରିବେଶ ରହୁଛି ସେଠାରେ କରୋନା ଭାଇରସ କାୟା ବିସ୍ତାର କରୁଛି ବୋଲି କୁହାଯାଉଛି। କେବଳ ଶରୀରର ତାପମାତ୍ରାକୁ ଦେଖି କରୋନା ଭାଇରସ ସଂକ୍ରମିତ ହୋଇଥାଇ ବୋଲି କହିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଏମାନଙ୍କୁ ଅତିକମ୍‌ରେ ୧୦ ଦିନ ପର୍ଯ୍ୟନ୍ତ ଅବଜରଭେଶନରେ ରଖିବାକୁ ସେ କହିଛନ୍ତି। ଚାଇନାରୁ କରୋନା ଭାଇରସର ସୃଷ୍ଟି ହୋଇଥିବା ବେଳେ ଏବେ ସେଠାକାର ଲୋକଙ୍କୁ ଯୋଗ ଶିଖାଇବା ଦରକାର ବୋଲି ବାବ ରାମଦେବ କହିଛନ୍ତି। ଏହାସହ ଭାରତ ସରକାରଙ୍କ ପକ୍ଷରୁ ଚାଇନାକୁ ତୁଳସୀ ଓ ଗୁଡୁଚି ରସ ପଠାଇବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ ମତ ଦେଇଛନ୍ତି। ଭାରତରେ ଏବେ ପ୍ରାୟ ୭୦ ପ୍ରତିଶତ ଲୋକ କରୋନା ଭାଇରସ ଯୋଗୁ ଭୟଭୀତ ହୋଇଯାଇଥିବା ବେଳେ ସେ ସମସ୍ତଙ୍କୁ ସ୍ବଚ୍ଛତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଗାଁ ଗହଳି ଅଞ୍ଚଳରେ ମାସ୍କ ବ୍ୟବହାର ଆବଶ୍ୟକ ନାହିଁ। କିନ୍ତୁ ଯଦି କେହି ବିଦେଶରୁ ଫେରିଛନ୍ତି ତେବେ ତାଙ୍କଠାରୁ ସାମାନ୍ୟ ଦୂରେଇ ରହିବା ଭଲ ବୋଲି ସେ କହିଛନ୍ତି। ଏହା ବାୟୁଦ୍ୱାରା ବ୍ୟାପୁ ନ ଥିବାରୁ ମାସ୍କର ଆବଶ୍ୟକତା ନାହିଁ। କିନ୍ତୁ ସଂକ୍ରମିତଙ୍କଠାରୁ ଅତିକମ୍‌ରେ ୩ ଫୁଟ ଦୂରତା ରହିବା ଭଲ ବୋଲି ସେ କହିଛନ୍ତି। କରୋନା ଭାଇରସ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍‌ କରି ଦେଉଥିବାରୁ ଏଥିପାଇଁ ଗୁଡୁଚି, ତୁଳସୀ, ହଳଦୀ, ଗୋଲମରିଚ ଓ ଅଦାସର ଭଲ କାମ ଦେବା ସହ ନିୟମିତ ଯୋଗ ଅଭ୍ୟାସ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ବୋଲି ସେ କହିଛନ୍ତି।

Share