କରୋନା ଭାଇରସ୍‌: ମେଡିକାଲ ଷ୍ଟାଫ୍‌ ଓ ସଫେଇ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀରେ କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବା ମେଡିକାଲ ଷ୍ଟାଫ୍‌ଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀମାନଙ୍କ ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଯଦି କରୋନା ଯୁଦ୍ଧରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ଦିଲ୍ଲୀ ସରକାର ସେମାନଙ୍କ ପରିବାର ଲୋକଙ୍କୁ ୧କୋଟି ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବେ। ବୁଧବାର ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିବା ସହ କହିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟକର୍ମୀ ହୁଅନ୍ତୁ କି ସଫେଇ କର୍ମଚାରୀ ସମସ୍ତେ ଆମପାଇଁ ମହତ୍ତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ସରକାର ନିଜ ଆଡୁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଦିଲ୍ଲୀ ସରକାର ସେମାନଙ୍କୁ ସାହାଯ୍ୟ କରିବେ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଠାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଟପିଥିବା ଜଣାପଡ଼ିଛି।

Share