କରୋନା ଭାଇରସ୍‌ ପ୍ରତିଷେଧକ ଟିକା

ଚାଇନା ଟିକା: PiCoVacc
ଏକ ବେସରକାରୀ ଚାଇନା ସଂସ୍ଥା ସାଇନୋଭ୍ୟାକ (Sinovac) ଦ୍ବାରା ବିକଶିତ ଏହି ଟିକା ଏବେ ପରୀକ୍ଷଣର ମିଳିତ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅଛି I ଏହା ପୂର୍ବ ପଦ୍ଧତି ଭଳି ଶରୀରରେ କିଛି ନିଷ୍କ୍ରିୟ ଭାଇରସର ନମୁନା ପ୍ରବେଶ କରାଇ ଭାଇରସ ବିପକ୍ଷରେ ଏକ ପ୍ରତିରୋଧକ ବ୍ୟବସ୍ଥା ଉତ୍ପନ୍ନ କରିଥାଏ I ଏହି ଟିକାର ସାଂପ୍ରତିକ ପରୀକ୍ଷଣ ପର୍ଯ୍ୟାୟ ସମାପ୍ତ ହେବା ପାଇଁ ଚାରି ମାସ ସମୟ ଲାଗିବ ବୋଲି ଆଶା କରାଯାଏ I
ଆମେରିକୀୟ ଟିକା : mRNA-୧୨୭୩
ଏକ ଆମେରିକୀୟ ବାୟୋଟେକ ଫାର୍ମ ମ୍ୟାଡେର୍ନା ( Maderna) ଦ୍ବାରା ବିକଶିତ ଏହି ଟିକା ପୂର୍ବୋକ୍ତ INO-୪୮୦୦ ଟିକା ସଦୃଶ ଏକ ଡି.ଏନ୍‌. ଏ. କୌଶଳ ବ୍ୟବହାର କରିଥାଏ I ଏହି କୌଶଳ ଅନୁସାରେ, କରୋନା ଭାଇରସର ସ୍ପାଇକ୍‌ ପ୍ରୋଟିନ୍‌ ପ୍ରସ୍ତୁତ କରିବା ନିମନ୍ତେ ସୂଚନା ବହନ କରୁଥିବା କିଛି mRNA ଅଣୁକୁ ଶରୀର ମଧ୍ୟରେ ପ୍ରବେଶ କରାଯାଏ I ଏହା ଶରୀରର ପ୍ରତିରୋଧକ ବ୍ୟବସ୍ଥାକୁ ସକ୍ରିୟ କରି ପରବର୍ତ୍ତୀ ସମୟରେ କରୋନା ଭାଇରସର ପ୍ରକୃତ ସଂକ୍ରମଣରୁ ଶରୀରକୁ ରକ୍ଷାକରିଥାଏ I ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟୟରେ ଥିବା ଏହି ଟ କା ନିକଟରେ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିବ I
ଜର୍ମାନୀ ଟିକା : BT ୧୬୨
ଜର୍ମାନୀ କମ୍ପାନୀ ବାୟୋନ୍‌ ଟେକ୍‌ (BioNTech) ଏବଂ ଖ୍ୟାତନାମା ଆମେରିକୀୟ କମ୍ପାନୀ ଫାଇଜର (Pfizer) ଦ୍ବାରା ମିଳିତ ଭାବେ ବିକଶିତ ସମୁଦାୟ ଚାରୋଟି ଟିକାସମୂହ ମଧ୍ୟରୁ ଏହି ଟିକା messenger RNA ପଦ୍ଧତି ଉପରେ ପର୍ଯ୍ୟବସିତ I ଏହି ଟିକାର ଦ୍ବିତୀୟ ଓ ତୃତୀୟ ମିଳିତ ପର୍ଯ୍ୟାୟ ପରୀକ୍ଷଣକୁ ଉଭୟ ଜର୍ମାନୀ ଏବଂ ଆମେରିକାରେ କରାଯିବ I ଏହି ଟିକାରେ ଶରୀର ମଧ୍ୟକୁ କରୋନା ଭାଇରସର କିଛି messenger RNA ଅଣୁ ପ୍ରବେଶ କରାଯାଇ ଭାଇରସର ସ୍ପାଇକ୍‌ ପ୍ରୋଟିନ୍‌ ଗଠନକୁ ତ୍ୱରାନିତ କରାଯାଏ, ଯାହା ଭାଇରସର ପରବର୍ତ୍ତୀ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ I ଏହି ଟିକାର ପ୍ରାରମ୍ଭିକ ପରୀକ୍ଷଣ ବର୍ଷକ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଏ I
ଭାରତରେ ପ୍ରଚେଷ୍ଟା
ଆମ ଦେଶରେ ଛଅଟି ପ୍ରମୁଖ କମ୍ପାନୀ କରୋନା ଟିକାର ବିକାଶ ନିମନ୍ତେ ସ୍ବାଧୀନ ଭାବରେ କିମ୍ବା ଅନ୍ତର୍ଜାତୀୟ କମ୍ପାନୀ ସବୁର ସହାୟତାରେ ଲାଗିଛନ୍ତି I ଆମ ଦେଶରେ ଏ ସଂକ୍ରାନ୍ତୀୟ ଗବେଷଣା ଏବେ ପ୍ରାକ୍‌ କ୍ଲିନିକାଲ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛି I ଏଥି ମଧ୍ୟରୁ ଚାରୋଟି ସଂସ୍ଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତାଲିକାରେ ସ୍ଥାନ ପାଇଛି I ସେଥିରୁ କେତେକ ମୁଖ୍ୟ କମ୍ପାନୀ ହେଲେ ଅହମ୍ମଦାବାଦର Zydus Cadila, ହାଇଦରାବାଦର Biological E Limited ଏବଂ ପୁଣେସ୍ଥିତ Serum Institute of India I
ସମୟସାପେକ୍ଷ ପ୍ରକ୍ରିୟା
ଉପରୋକ୍ତ ଟିକାସବୁ ମଧ୍ୟରୁ ଅଧିକାଂଶ ଏବେ ପରୀକ୍ଷଣର ପ୍ରାଥମିକ ପର୍ଯ୍ୟାୟରେ ଅଛନ୍ତି I ଟିକାର ପରୀକ୍ଷଣ ବାସ୍ତବକ୍ଷେତ୍ରରେ ଏକ ସମୟ ସାପେକ୍ଷ ପ୍ରକ୍ରିୟା I ଏହା ପ୍ରଥମେ ଜୀବଜନ୍ତୁମାନଙ୍କ ଉପରେ ପ୍ରୟୋଗ କରାଯାଏ ଏବଂ ପରେ ମନୁଷ୍ୟ ଉପରେ ଅତି କମ୍‌ରେ ତିନୋଟି ପର୍ଯ୍ୟାୟରେ କ୍ଲିନିକାଲ୍‌ ପରୀକ୍ଷଣ କରାଯାଏ I ଏହି ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟରେ ପରୀକ୍ଷିତ ମନୁଷ୍ୟଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି କରାଯାଏ I ଏଭଳି ସୁଦୀର୍ଘ କାର୍ଯ୍ୟପନ୍ଥାର ଉଦ୍ଦେଶ୍ୟ ହେଲା ପରୀକ୍ଷଣର ନିରାପଦ ବ୍ୟବସ୍ଥା, ତଜ୍ଜନିତ ପାଶର୍‌ବ – ପ୍ରତିକ୍ରିୟାକୁ ହ୍ରାସ କରିବା ଏବଂ ସର୍ବୋପରି ଟିକାଦାନ ଦ୍ବାରା ଶରୀରର ରୋଗ ପ୍ରତିରୋଧକ ସାମର୍ଥ୍ୟକୁ ନିଶ୍ଚିତ କରିବା I ମାତ୍ର ଚଳିତ ସଙ୍କଟଜନକ ପରିସ୍ଥିତିକୁ ଆଖି ଆଗରେ ରଖି ବୈଜ୍ଞାନିକମାନେ ଏବେ ପରୀକ୍ଷଣର କିଛି ପର୍ଯ୍ୟାୟକୁ ଛାଡିଦେଇ କିମ୍ବା କେତେକ ପର୍ଯ୍ୟାୟକୁ ମିଶାଇ ଟିକାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ଲାଗିପଡିଛନ୍ତି I

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ୍‌ ଅଫିସ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri