କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ ପୁଣିଥରେ କରୋନାର ଉତ୍ପତ୍ତି ସ୍ଥଳ ଚାଇନାକୁ ଟାର୍ଗେଟ କରିଛନ୍ତି । ଟ୍ରମ୍ପ ଶନିବାର ହ୍ୱାଇଟ ହାଉସରେ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଆମେରିକାର ବୈଜ୍ଞାନିକ ଓ ଔଷଧ କରୋନା ଭାଇରସକୁ ସମୂଳେ ବିନାଶ କରିବ । ସୂଚନାଯୋଗ୍ୟ, ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’କବଳକୁ ନେଇ ସାରିଲାଣି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି କରୋନା ଭାଇରସରେ ପୀଡି଼ତ ହୋଇ ୩ ଦିନ ହସ୍ପିଟାଲରେ ଚିକିତ୍ସା ପରେ ଫେରିଛନ୍ତି । ହସ୍ପିଟାଲରୁ ଫେରିବା ପରେ ସେ ପ୍ରଥମ ଥର ଶନିବାର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ।

Share