କରୋନା ବଢ଼ାଇବ ଦାରିଦ୍ର୍ୟ

ଭୁବନେଶ୍ୱର,୧୪। ୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ଭୂତାଣୁ ସ୍ବାସ୍ଥ୍ୟ ପାଇଁ ଘାତକ ସାଜିବା ସହ ଜୀବନ ଜୀବିକାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ସ୍ବାସ୍ଥ୍ୟଗତ ବିପତ୍ତିଠାରୁ ଜୀବିକା ହରାଇବା ଯନ୍ତ୍ରଣା ଆହୁରି ବଳିଗଲାଣି। ଏହି ମହାମାରୀ ଆସିବା ପରଠୁ ଅଦ୍ୟାବଧି ବହୁ ଲୋକ ଜୀବିକା ହରାଇ ଦାରିଦ୍ର୍ୟର କରାଳ ଚକ୍ରବୂ୍ୟହ ଭିତରକୁ ଠେଲିହୋଇ ଯାଇଛନ୍ତି। ଆଗାମୀ ଦିନରେ ଏହା ଆହୁରି ଭୟାବହ ରୂପ ଧାରଣ କରିବ ବୋଲି ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ଚେତାବନୀ ଦେଲାଣି। ଏହି ମହାମାରୀ ପ୍ରଭାବରେ ବିଶ୍ୱର ସମୁଦାୟ ୩.୩ ବିଲିୟନ ଶ୍ରମ ଶକ୍ତିରୁ ୧.୬ ବିଲିୟନ ଲୋକ ଜୀବିକା ହରାଇବେ ବୋଲି ଏହି ଆନ୍ତର୍ଜାତିକ ସଂସ୍ଥା ଆକଳନ କରିଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣ ପରେ ପ୍ରତି ୧୦ ଜଣରେ ଜଣକୁ ଜୀବିକା ହରାଇବାକୁ ପଡ଼ିବ। ପ୍ରାୟ ୧୩୬ ନିୟୁତ ଲୋକ ନିଯୁକ୍ତି ହରାଇବେ ବୋଲି ସତର୍କ କରାଯାଇଛି। ଏହି ମହାମାରୀର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ଭୟଙ୍କର ଭାବେ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶାରେ ବେରୋଜଗାରଙ୍କ ସଂଖ୍ୟା ବଢ଼ିବା ସହିତ ଦାରିଦ୍ର୍ୟ ରାଜ୍ୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏପରି କି ଦାରିଦ୍ର୍ୟ ସୀମାରେଖା ତଳେ(ବିପିଏଲ୍‌) ନ ଥିବା ମଧ୍ୟବିତ୍ତ ପରିବାର ବୃତ୍ତି ହରାଇ ଦାରିଦ୍ର୍ୟ ବଳୟ ଭିତରକୁ ଚାଲିଯିବା ନେଇ ଅର୍ଥନୀତି ବିଶାରଦ ଅନୁମାନ କରୁଛନ୍ତି।

ରାଜ୍ୟରେ ଏବେ ୯୫ ଲକ୍ଷ ପରିବାରର ୩ କୋଟି ୩୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏହି ଗରିବ ଲୋକଙ୍କୁ ୧ ଟଙ୍କାରେ ଖାଦ୍ୟସାମଗ୍ରୀ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆସନ୍ତାବର୍ଷ ମଧ୍ୟରେ ରାଜ୍ୟରେ ଏଥିରେ ଆହୁରି ୧୦ ଲକ୍ଷ ପରିବାର ଯୋଡି ହେବା ସମ୍ଭାବନା ସୃଷ୍ଟି ହେଲାଣି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଜୁନ୍‌ ୧୩ ସୁଦ୍ଧା ରାଜ୍ୟର ୩୦ଟି ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ୯୨,୮୫,୬୭୨ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଏହି ପରିବାରର ୩,୨୫,୫,୯୦୩ ଗରିବ ଲୋକଙ୍କୁ ମାସିକ ମୁଣ୍ଡପିଛା ୫ କେଜି ହିସାବରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଏହି ପରିବାରଗୁଡିକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୧ ଟଙ୍କାରେ ମାସକୁ ୧୬୨୯୬୭.୫୬୮୧ ମେଟ୍ରିକ ଟନ ଚାଉଳ ଏବଂ ୨୪୩୪୫.୨୮୬୯ ମେଟ୍ରିକ ଟନ ଗହମ ଯୋଗାଇ ଦେଉଛନ୍ତି । ଏ ବାବଦରେ କେନ୍ଦ୍ର ସରକାର ବାର୍ଷିକ ୬୩୭୨.୪୧ କୋଟି ଏବଂ ରାଜ୍ୟ ସରକାର ୪୪୯.୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଛଡା ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୬,୯୩୨ ପରିବାରର ୧୦,୦୮,୨୭୩ ଜଣ ଗରିବ ଲୋକଙ୍କୁ ମାସକୁ ୫୦୪୧.୩୬୫ ମେଟ୍ରିକ ଟନ ଚାଉଳ ୧ ଟଙ୍କାରେ ଯୋଗାଇ ଦେଉଛନ୍ତି । ଏ ବାବଦରେ ରାଜ୍ୟ ସରକାର ବାର୍ଷିକ ୩୯୧.୧୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତିି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ମୁହଁରେ ଦାନା ଦେବାକୁ ରାଜ୍ୟ ସରକାର ଉଭୟ ଯୋଜନାରେ ବର୍ଷକୁ ୬୩୭.୦୮କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କରୋନା ମହାମାରୀ ପରେ ରାଜ୍ୟରେ ବେକାରି ହାର ବହୁ ମାତ୍ରରେ ବଢିବା ସହ ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ବହୁ ପରିବାର ଏହା ତଳକୁ ଖସିଯିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପକ୍ଷେ କାଠିକର ପାଠ ହେବ। କରୋନା ମାଡରେ ଦୁର୍ବଳ ହେବାକୁ ଯାଉଥିବା ରାଜକୋଷ ଆଗାମୀ ଦିନରେ ରାଜ୍ୟର ଦାରିଦ୍ର୍ୟକୁ କିପରି ସମ୍ଭାଳିବ ସେ ନେଇ ଏବେଠାରୁ ଚିନ୍ତା ବଢିଲାଣି। ରାଜ୍ୟର ବିକାଶ କଥା ଦୂରେ ଥାଉ ଲୋକମାନଙ୍କୁ ନିଯୁକ୍ତି ଓ ଆହାର ଯୋଗାଇବାରେ ସରକାର ନାକେଦମ୍‌ ହେବେ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri