Categories: ବାଣିଜ୍ୟ

କରୋନା ପ୍ରଭାବ ସମୀକ୍ଷା କଲେ ସରକାର

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସହିଥିବା କ୍ଷତିର ସମୀକ୍ଷା କରିଛନ୍ତି। ଭୂତାଣୁ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକୁ ଆଉ ଏକ ଆଶ୍ୱସ୍ତି ପ୍ୟାକେଜ ଦେବା ଲାଗି ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ବଜାରର ସ୍ଥିତି ନେଇ ମୋଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସହ ଆଲୋଚନା କରିଛନ୍ତି। କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ ପାଇଁ ଏବେ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ଭାରତର ବିକାଶ ହାର ୦%କୁ ଖସିବା କିମ୍ବା ଅଭିବୃଦ୍ଧି ଆଖିଦୃଶିଆ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ ସେମାନଙ୍କ ପୂର୍ବାନୁମାନରେ କହି ସାରିଲେଣି। ଏହାକୁ ବିଚାରକରି ସରକାର ସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି। ଅର୍ଥ ବ୍ୟବସ୍ଥାର ସ୍ବାସ୍ଥ୍ୟ ନେଇ ବିସ୍ତୃତ ଆଲୋଚନା ବୈଠକରେ କରାଯାଇଛି ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ଚ୍ୟାଲେଞ୍ଜକୁ ସାମ୍ନା କରିବା ଦିଗରେ କିଭଳି ପଦକ୍ଷେପ ନିଆଯିବ ସେ ଦିଗରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ସାମିଲ କରାଯାଇଛି।

Share