କରୋନା ପ୍ରଭାବ: ବିଦେଶୀଙ୍କୁ ହଜ୍‌ ଯାତ୍ରା ମନା

ଅବୁଧାବି, ୨୩।୬: ଚଳିତ ବର୍ଷ ବିଦେଶୀଙ୍କ ପାଇଁ ହଜ୍‌ ଯାତ୍ରାକୁ ସୌଦି ସରକାର ମନା କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଏନେଇ ସୌଦି ହଜ୍‌ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶର ଜନସାଧାରଣ ସାମାଜିକ ଦୂରତା ସଚେତନତାକୁ ମାନି ହଜ୍‌ କରିପାରିବେ ବୋଲି ସରକାର କହିଛନ୍ତି। କୌଣସି ବାହାର ଦେଶର ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ନାହିଁ। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ସୌଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୧ ହଜାର ଛୁଇଁଛି। ସେଥିମଧ୍ୟରୁ ଲକ୍ଷେ ୫ ହଜାର ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧,୩୦୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଦେଶରେ ଲକ୍‌ ଡାଉନ୍‌ ବ୍ୟବସ୍ଥାକୁ ସସର୍ତ୍ତ କୋହଳ କରାଯାଇଛି।

Share