Posted inଖେଳ

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ

ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍‌ ସମୟରେ ଆୟୋଜନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ତେବେ ବିଭିନ୍ନ କ୍ୱାଲିଫାଇଂ ଟୁର୍ନାମେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଥିବାରୁ ଅଲିମ୍ପିକ୍ସ ମଧ୍ୟ ସ୍ଥଗିତ କିମ୍ବା ପରବର୍ତ୍ତୀ କୌଣସି ଏକ ତାରିଖକୁ ଘୁଞ୍ଚତ୍ବା ସମ୍ଭାବନା ରହିଛି। ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୯ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ହେବାର କାର୍ଯ୍ୟସୂଚୀ ଥିଲେ ହେଁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଟର୍ଚ୍ଚ ରିଲେ
ଗ୍ରୀସର ଅଲିମ୍ପିଆଠାରେ ଗତ ୧୨ ତାରିଖରେ ପାରମ୍ପରିକ ଅଲିମ୍ପିକ୍‌ ମଶାଲ ପ୍ରଜ୍ୱଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ପ୍ରଥମ ମଶାଲ ବାହକ ଦାୟିତ୍ୱ ତୁଲାଇଥିଲେ ତାରକା ମହିଳା ଶୁଟର ଆନ୍ନା କୋରାକାକି। କରୋନା ଭାଇରସ ସଂକ୍ରମଣ ଯୋଗୁ ୧୯୮୪ ପରେ ପ୍ରଥମଥରପାଇଁ ମଶାଲ ପ୍ରଜ୍ୱଳନ ଉତ୍ସବକୁ ବିନା ଦର୍ଶକରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚ ୧୩ରେ ଗ୍ରୀକ୍‌ ପର୍ଯ୍ୟାୟର ମଶାଲ ରିଲେକୁ ବାତିଲ କରାଯାଇଥିଲା। ଏହାପରେ ୧୯ ତାରିଖରେ ମଶାଲ ହସ୍ତାନ୍ତର ପ୍ରକ୍ରିୟା ଏଥେନ୍ସର ପାନାଥେନାକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ମଶାଲ ଏବେ ଜାପାନରେ ପହଞ୍ଚତ୍ ସାରିଥିଲେ ହେଁ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯୋଗ୍ୟତା ପର୍ଯ୍ୟାୟ
କରୋନା ସଂକ୍ରମଣକୁ ଦୃଷ୍ଟିରେ ଅନେକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟକୁ ସ୍ଥଗିତ ରଖା ଯାଇଛି କିମ୍ବା ବାତିଲ କରାଯାଇଛି।
ଆର୍ଚେରୀ
୨୦୨୦ ମାର୍ଚ୍ଚ ୧୬ରେ ବିଶ୍ୱ ଆର୍ଚେରୀ ଫେଡେରେଶନ ପକ୍ଷରୁ ୨ଟି ମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟକୁ ବାତିଲ କରାଯାଇଥିଲା। ପାନ୍‌ ଆମେରିକାନ ଚାମ୍ପିୟନଶିପ୍‌ ମେକ୍ସିକୋର ମୋଣ୍ଟେରେଠାରେ ମାର୍ଚ୍ଚ ୨୩ରୁ ୨୯ ଓ ଓସେନିଆ ଚାମ୍ପିୟନଶିପ୍‌ ଏପ୍ରିଲ ୫ରୁ୯ ଫିଜିରେ ହେବାର ଥିଲା। ମାତ୍ର ବିଶ୍ୱ ଆର୍ଚେରୀ ଫେଡେରେଶନ ଏପ୍ରିଲ ଶେଷ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ନ କରାଇବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri