କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ଓ୍ବାଶିଂଟନ,୨୦।୨: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଇତିମଧ୍ୟରେ ୨୧୨୮ ଜଣଙ୍କ ମୃତ୍ୟୁ ଘଟିଛି। ପୃଥିବୀର ୨୮ରୁ ଅଧିକ ଦେଶରେ କରୋନା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆମେରିକା ବୈଜ୍ଞାନିକୁଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବଡ଼ ସଫଳତା ମିଳିଛି। ଚାଇନା ବୈଜ୍ଞାନିକଙ୍କ ମିଳିତ ସହଯୋଗରେ ସେମାନେ କରୋନା ଭୂତାଣୁର ଥ୍ରୀ-ଡି ଆଟମିକ୍‌ ସ୍କେଲ ମ୍ୟାପ୍‌ ତିଆରି କରିଛନ୍ତି। ଆମେରିକା ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ର ଗବେଷକଙ୍କୁ ଏହି ସଫଳତା ମିଳିଛି। ଏହି ମ୍ୟାପ୍‌ ସହାୟତାରେ ସ୍ପାଇକ୍‌ ପ୍ରୋଟିନ୍‌ ଦ୍ୱାରା କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ସମ୍ଭବ ହୋଇପାରିବ ବୋଲି କୁହାଯାଉଛି।

Share