କରୋନା ପ୍ରତିକାର: ବିଶୋଧନ ହେଲା ସାକ୍ଷୀଗୋପାଳ ମନ୍ଦିର , ବଜାର

ସାକ୍ଷୀଗୋପାଳ,୧୪।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଦୁରେଇ ରହିବା ନିମନ୍ତେ ସାଧାରଣ ଲୋକ ଚଳାଚଳ କରୁଥିବା ସ୍ଥାନକୁ ବିଶୋଧନ କରାଯାଇଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଆଗ୍ନିଶମ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର କର୍ମଚାରୀଙ୍କ ସହ ସୋଡିୟମ ହାଇପୋକ୍ଲରାଇଡ ଜଳ ସିଞ୍ଚନକରି ଏହି କ୍ରମରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର, ବଜାର, ଦୋଳବେଦୀ ଛକ, ଚନ୍ଦନ ମଣ୍ଡପ ଓ ଆଚାର୍ଯ୍ୟ ହରିହର ଶିଶୁ ଭବନ ସମେତ ଏହା ସଂଲଗ୍ନ ରାସ୍ତାକୁ ବିଶୋଧନ କରାଯାଇଛି। ପୂର୍ବରୁ ସାକ୍ଷୀଗୋପାଳ ଡାକ୍ତରଖାନା, ବସ୍‌ଷ୍ଟାଣ୍ଡ, ବ୍ୟାଙ୍କ ଛକ, ବ୍ଲକ ଓ ଥାନାକୁ ବିଶୋଧନ କରାଯାଇଥିଲା।