କରୋନା ପାଇଁ ସଚେତନ ବାର୍ତ୍ତା: ହାତ ଧୋଇବାକୁ ପରାମର୍ଶ

ରାଜନଗର, ୧୬।୩(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସୋମବାର କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କାର୍ଯ୍ୟାଳୟରେ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ରଶ୍ମିରଞ୍ଜନ ମହାନ୍ତି ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜନଗର ବିଡିଓ ମନ୍ଦରଧଳ ମହାଳିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ, ତହସିଲଦାର ଦିବ୍ୟେନ୍ଦୁ କୁମାର ଦାସ, ସିଡିପିଓ ପୁଷ୍ପଲତା ଦାସଙ୍କ ସମେତ ବ୍ଲକ, ତହସିଲ, ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ଅଧିକାରୀମାନେ ଯୋଗ ଦେଇଥିଲେ।