କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୟୁଭି ଲାଇଟ୍‌ ରହିଛି। ଯାହାକି କବଚର ଆଭ୍ୟନ୍ତରୀଣ ତାପମାତ୍ରାକୁ ୪୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିବ। ବାଦୁଡ଼ି ଡେଣା ଆକାରର ଏହି ସୁରକ୍ଷା କବଚ ବ୍ୟବହାରକାରୀଙ୍କ ଅଧାରୁ ଅଧିକ ଶରୀର ଆବୃତ୍ତ କରିପାରିବ। ଏଥିରେ ଥର୍ମୋପ୍ଲାଷ୍ଟିକ୍‌ ଷ୍ଟ୍ରେଚେବୁଲ୍‌ ମ୍ୟାଟେରିଆଲର ଉପଯୋଗ କରାଯାଇଛି। କରୋନା ଭୂତାଣୁ ୨୭ ଡିଗ୍ରୀ ତାପମାତ୍ରାରେ ନଷ୍ଟ ହୋଇଯାଇଥାଏ। ତେଣୁ ସୁରକ୍ଷା କବଚ ଭିତରର ତାପମାତ୍ରା ଦ୍ୱାରା ବ୍ୟବହାରକାରୀ ସଂକ୍ରମଣରୁ ଦୂରେଇ ରହିପାରିବେ ବୋଲି ଡାୟୋଙ୍ଗ୍‌ ସନ୍‌ କହିଛନ୍ତି।

Share