କରୋନା ପାଇଁ ଟ୍ରେନ୍‌ ବଗିକୁ ଆଇସୋଲେଶନ ଓ୍ବାର୍ଡରେ କରାଗଲା ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ କବଳରେ ଭାରତ। ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯ଶହ ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ ଅତିକ୍ରମ କରି ସାରିଲାଣି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହା ଆଗକୁ ବୃଦ୍ଧି ପାଇପାରେ। ଏହାକୁ ଦେଖି ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କରୋନା ହସ୍ପିଟାଲମାନ ଗଢି ଉଠିଲାଣି। କରୋନା ଭୂତାଣୁକୁ ଦୂରେଇବାରେ ଭାରତୀୟ ରେଲଓ୍ବେ ମଧ୍ୟ ଆଉ ଏକ ପାଦ ଆଗକୁ ଆସିଛି। ରେଲଓ୍ବେର କିଛି ବଗିକୁ ଏବେ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ରେଲଓ୍ବେର ଜଗଧାରୀ ଓ୍ବାର୍କସପରେ ଥିବା ପ୍ରାୟ ୨୮ ବଗିକୁ ଆଇସୋଲେଶନ ଓ୍ବାର୍ଡ କରାଯାଇଥିବା ସୂଚନା ମିଳିଛି। ଯଦି ଆବଶ୍ୟକ ପଡେ ରେଲଓ୍ବେ ଏମିତି ପାଖାପାଖି ୩ ଲକ୍ଷ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ କରିପାରିବ ବୋଲି କହିଛି। ପ୍ରଥମେ ନନ୍‌ ଏହି କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରାଯାଇଥିବା ସୂଚନା ରହିଛି। ଏପ୍ରିଲ ୬ ତାରିଖ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି କୁହାଯାଉଛି।

Share