‘କରୋନା’ ପାଇଁ ଘଟଗାଁ ତାରିଣୀ ମନ୍ଦିରରେ କଟକଣା

କେନ୍ଦୁଝର, ୧୯ା୩(ଡି.ଏନ.ଏ.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ କଟକଣା ଜାରି କରାଯାଇଛି। ବୁଧବାର ଦିନ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି। ପ୍ରତି ଭକ୍ତ ମଧ୍ୟରେ ଦୂରତା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ଭକ୍ତ ଗୋଟିଏ ନଡିଆ ନେଇ ପୂଜା କରିବେ ଏବଂ ଭକ୍ତ ହାତ ଧୂଆ ପାଇଁ ହ୍ୟାଣ୍ଡ ୱାଶ ବ୍ୟବସ୍ଥା କରାଯାଇଛି। ପ୍ରତି ୨ଘଣ୍ଟାରେ ଥରେ ମନ୍ଦିର ଭିତରେ ସାନିଟାଇଜେସନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତାରିଣୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ଏବଂ ମନ୍ଦିର ପୋଲିସ ଏହି କାର୍ଯ୍ୟକୁ ତଦାରଖ କରିବେ ବୋଲି ଟ୍ରଷ୍ଟ ବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି।