କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା

ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା କି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଏହି ଔଷଧର ନିର୍ମାଣ ଓ ବିକ୍ରୟ ପାଇଁ ଅନୁମତି ମିଳିଯାଇଥିଲା। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀର ଚେୟାରମ୍ୟାନ କହିଛନ୍ତି, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସେତେବେଳେ ଏହି ଔଷଧକୁ ମଞ୍ଜୁରୀ ମିଳିଥିବାରୁ ଏହା କୋଭିଡ-୧୯ ଚିକିତ୍ସା କ୍ଷେତ୍ରରେ କିଛି ପରିମାଣରେ ସାହାଯ୍ୟ କରିପାରେ। ଏହି ଟାବଲେଟ ଗୋଟିକର ଦାମ୍‌ ୧୦୩ ଟଙ୍କା ରଖାଯାଇଛି। ତେବେ ସରକାର, ଡାକ୍ତର ସମସ୍ତଙ୍କ ସହ ମିଶି କମ୍ପାନୀକୁ କାମ କରିବାକୁ ପଡିବ। ତା’ହେଲେ ଯାଇ ଦେଶର କୋଣ ଅନୁକୋଣରେ ଥିବା କରୋନା ପୀଡ଼ିତଙ୍କ ପାଖେ ଏହା ପହଞ୍ଚି ପାରିବ। ବିଶେଷ କରି ଯେଉଁମାନେ କମ୍‌ ଆକ୍ରାନ୍ତ ସେମାନେ ଏହାକୁ ଗ୍ରହଣ କରିପାରିବେ।

Share