କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ ନେଇ ମଙ୍ଗଳବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସଂଘବଦ୍ଧ ଭାବେ ସରକାରଙ୍କ ନିୟମାବଳୀ ଆଧାରରେ ଦାୟିତ୍ୱ ନିର୍ବାହ କରିବାକୁ ଏଥିରେ ଜିଲାପାଳ ସମସ୍ତ ଶିଳ୍ପ ସଂସ୍ଥା ଓ ହୋଟେଲ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କ ଚିକିତ୍ସାଳୟରେ କରୋନା କର୍ନର ଓ ଆଇସୋଲେଶନ୍‌ ୱାର୍ଡ ରଖିବା ବାଧ୍ୟତାମୂଳକ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ବାହାରୁ ଆସୁଥିବା ଯେ କୌଣସି ପର୍ଯ୍ୟଟକଙ୍କ ଯାତ୍ରା କରିଥିବା ସ୍ଥାନ ଓ ମିଳାମିଶା କରିଥିବା ଲୋକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ। କରୋନା ଭୂତାଣୁ ଥିବାର ଲକ୍ଷଣ ଦେଖାଦେଲେ କି ସନ୍ଦେହ ସୃଷ୍ଟି ହେଲେ ସ୍ବତନ୍ତ୍ର ୱାର୍ଡ କିମ୍ବା ଚିକିତ୍ସାଳୟରେ ରଖି ରକ୍ତ ନମୁନା ଓ ସ୍ବାବ ପରୀକ୍ଷା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଗତ ୪ ତାରିଖରୁ ବାହାର ଦେଶ ଓ ବିଭିନ୍ନ ରାଜ୍ୟରୁ ଅନୁଗୋଳ ଜିଲାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଯାତ୍ରା ବିବରଣୀ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲା ପ୍ରଶାସନ ପକ୍ଷରୁ ଟୋଲ ଫ୍ରି ହେଲପ୍‌ ଲାଇନ ନମ୍ବର ୧୦୭୭, ୦୬୭୬୪-୨୩୪୨୧୮ ଓ ୦୬୭୬୪-୨୩୦୯୮୦ରେ କରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି ହେଉଥିଲେ ଜଣାଇବାକୁ କୁହାଯାଇଥିଲା। ସେହିପରି ଶିଳ୍ପ ସଂସ୍ଥା ଓ ହୋଟେଲଗୁଡ଼ିକୁ ୧୪ ଦିନ ମଧ୍ୟରେ ଆସିଥିବା ପର୍ଯ୍ୟକମାନଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବ। ଯଦି ଏହି ସମୟ ମଧ୍ୟରେ କେହି ଜ୍ୱର, କାଶ, ଥଣ୍ଡା ଓ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରନ୍ତି ତାଙ୍କୁ ତୁରନ୍ତ ଡାକ୍ତରଖାନାର ଆଇସୋଲେଶନ୍‌ ୱାର୍ଡରେ ରଖି ଚିକିତ୍ସା କରିବାକୁ କମ୍ପାନୀ ଓ ହୋଟେଲର କର୍ମକର୍ତ୍ତାଙ୍କୁ ଜିଲାପାଳ କହିଥିଲେ। ସରକାରଙ୍କ ଦ୍ୱାରା ପ୍ରଚଳିତ ନିୟମାବଳୀର ଅବମାନନା କ୍ଷେତ୍ରରେ ସମ୍ପୃକ୍ତ ସଂସ୍ଥା ଓ ହୋଟେଲ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଥିଲେ। ଯେଉଁମାନେ ବାହାର ଦେଶ ଓ ରାଜ୍ୟରୁ ଜିଲାକୁ ଆସୁଛନ୍ତି ସେମାନେ ୧୦୪ ହେଲପ୍‌ ଲାଇନରେ ପଞ୍ଜୀକରଣ କଲେ ସରକାରଙ୍କ ପକ୍ଷରୁ ହୋମ୍‌ କ୍ୱାରାଣ୍ଟାଇନ ପାଇଁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଥିଲେ। ବିଭିନ୍ନ ଧାର୍ମିକ ପୀଠକୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶନାଭିଳାଶୀଙ୍କ ପାଇଁ ମନ୍ଦିର ଫାଟକ ନିକଟରେ ହାତଧୁଆ ବ୍ୟବସ୍ଥା ସହ ଜଣଙ୍କ ପରେ ଜଣଙ୍କୁ ଛାଡ଼ିବାକୁ ବୈଠକରେ କୁହାଯାଇଥିଲା। ଏହି ବୈଠକରେ ନାଲ୍‌କୋ, ଜେଏସ୍‌ପିଏଲ୍‌, ଜେଆଇଟିପିଏଲ୍‌, ଏନ୍‌ଟିପିସି (କଣିହଁା), ଟିଟିପିଏସ୍‌, ଟାଟା ବିଏସ୍‌ଏଲ୍‌, ଏମ୍‌ସିଏଲ୍‌ ଆଦି ଶିଳ୍ପ ସଂସ୍ଥାର କର୍ମକର୍ତ୍ତା, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରତାପ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri