କରୋନା କବଳରେ ବିଶ୍ୱନେତା

ଓ୍ବାଶିଂଟନ, ୧୪।୩: ପୃଥିବୀର ୧୪୫ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିଛି। ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ କାହାକୁ ବି କରୋନା ଛାଡ଼ିନି। କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟୁଡ଼ୋଙ୍କ ସ୍ତ୍ରୀ ସୋଫିଙ୍କୁ କରୋନା ସଂକ୍ରମଣ ହୋଇଛି। ସେହିପରି ସ୍ପେନ୍‌ର ମନ୍ତ୍ରୀ ଇରିନ୍‌ ମୋଣ୍ଟେରୋ, ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ ଇରାଜ ହରିର୍ଶି, ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନଡ଼ାଇନ୍‌ ଡୋରିସ୍‌, ଅଷ୍ଟ୍ରେଲିଆ ସ୍ବରାଷ୍ଟ୍ରମନ୍ତ୍ରୀ ପିଟର ଡଟନ ପ୍ରମୁଖଙ୍କୁ କରୋନା ସଂକ୍ରମଣ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ଗତ ଏକ ସପ୍ତାହ ତଳେ ଭେଟିଥିବା ବ୍ରାଜିଲର ଅଧିକାରୀଙ୍କ ନମୁନା ପରୀକ୍ଷାରେ ପଜେଟିଭ୍‌ ରିପୋର୍ଟ ମିଳିଛି।

Share