କରୋନା କଟକଣା, ହନ୍ତସନ୍ତ ହେଉଛନ୍ତି ମତ୍ସ୍ୟଜୀବୀ

ପାରାଦୀପ, ୨୭।୩ (ସ୍ବ.ପ୍ର.)-ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଲକ୍‌ଡାଉନ୍‌ କରାଯାଇଛି। ହେଲେ ଲକ୍‌ଡାଉନ୍‌ ଯୋଗୁ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ହଇରାଣ ହେଉଥିବା ଦେଖାଯାଇଛି। ସେମାନେ ଘରକୁ ଯାଇପାରୁ ନ ଥିବା ବେଳେ ମାଲିକମାନେ ସେମାନଙ୍କ ପାଖରେ ପହଞ୍ଚତ୍ ପାରୁନାହାନ୍ତି। ଆଖପାଖ ବଜାର ବନ୍ଦ ଥିବା ବେଳେ ପାଖରେ କୌଣସି ଖାଦ୍ୟ ସାମଗ୍ରୀ ନାହିଁ। ୪ ଦିନ ଏଭଳି ଅବସ୍ଥାରେ ରହିବା ପରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସ୍ବତନ୍ତ୍ର ବସ୍‌ ଯୋଗେ ସେମାନଙ୍କ ନିକଟକୁ ଖାଦ୍ୟ ସାମଗ୍ରୀ ପଠାଯାଇଛି। ଦେଶସାରା ଲକ୍‌ଡାଉନ୍‌ କରାଯାଇଥିଲେ ବି ମତ୍ସ୍ୟଜୀବୀଙ୍କ ଉପରେ କୌଣସି କଟକଣା ଲଗାଯାଇନାହିଁ ବୋଲି ମତ୍ସ୍ୟ ଅଧିକାରୀ ମଧୁମୟ ସାମଲ କହିଛନ୍ତି। କିନ୍ତୁ ବ୍ୟବସାୟୀମାନେ ମାଛ ନେଉ ନଥିବା ବେଳେ ବିଦେଶକୁ ମଧ୍ୟ ରପ୍ତାନୀ ବନ୍ଦ ରହିଛି। ତେଣୁ ଟ୍ରଲର ସମୁଦ୍ରକୁ ନ ନେବାକୁ ମତ୍ସଜୀବୀଙ୍କୁ ମାଳିକମାନେ କହିଛନ୍ତି ବୋଲି ଟ୍ରଲର ମାଲିକ ପୁରସ୍ତମ ବିଶ୍ୱାଳ କହିଛନ୍ତି। ଏହି ଘାଟରେ ଆନ୍ଧ୍ରର ୨୩୯ ମତ୍ସ୍ୟଜୀବୀଙ୍କ ସମେତ ପଶ୍ଚମବଙ୍ଗର ୭୬ ଓ ବାଲେଶ୍ୱରର ୫୦୦ରୁ ଊଦ୍ଧର୍‌ବ ମତ୍ସ୍ୟଜୀବୀ ଫସି ରହିଛନ୍ତି।