କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ଗୁରୁବାର ହାଟସ୍ଥଳ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସାପ୍ତାହିକ ହାଟ ହେଉଥିବାରୁ ଆଖପାଖ ଅଞ୍ଚଳର ଚାଷୀମାନେ ନିଜ ଦ୍ୱାରା ଅମଳ ହୋଇଥିବା ପନିପରିବା ଏଠାକୁ ଆଣି ବିକ୍ରି କରିଥାନ୍ତି। ଫଳରେ ଲୋକେ ମାର୍କେଟ ତୁଳନାରେ କମ୍‌ ଦରରେ ତଟକା ପନିପରିବା ପାଉଥିଲେ। କରୋନା କଟକଣା ଯୋଗୁ ଏହାକୁ ବନ୍ଦ କରି ଦିଆଯାଇଛି।