କରୋନା ଆଣିଲା ବ୍ୟତିକ୍ରମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ମହାମାରୀରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟ ବିପର୍ଯ୍ୟୟ ଦ୍ୱାରା ସାଧାରଣ ଜନତାର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅର୍ଥନୈତିକ ସ୍ଥିତି ଘୋର ପ୍ରଭାବିତ ହୋଇଛି। ରାଜ୍ୟ ତଥା ଦେଶକୁ ଚଳାଉଥିବା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। କେତେକେ ଏହାକୁ ସମୟର ଆହ୍ବାନ ବୋଲି ଅଭିହିତ କରୁଥିବା ବେଳେ ଅନ୍ୟ କେତେଜଣ ବିପରୀତ ମନ୍ତବ୍ୟ ଦେଇଛନ୍ତି। ନିକଟରେ ରାଜ୍ୟରେ ନ୍ୟାୟିକ କ୍ଷେତ୍ରରେ ଦେଖାଦେଇଥିବା ଏକ ଘଟଣା ଉପରୋକ୍ତ ବାକ୍ୟକୁ ସତ ପ୍ରମାଣିତ କରୁଥିବା ମନେହୁଏ।
ରାଜ୍ୟସ୍ତରୀୟ ନ୍ୟାୟିକ ବ୍ୟବସ୍ଥାରେ ହାଇକୋର୍ଟ ଏବଂ ଏହାର ମୁଖ୍ୟ ବିଚାରପତିଙ୍କ ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ନେବା କାର୍ଯ୍ୟକ୍ରମ ସେହି ହାଇକୋର୍ଟ ପରିସରର କୌଣସି କକ୍ଷ ଅଥବା ରାଜଭବନ ସମ୍ମିଳନୀ କକ୍ଷ(ଅଭିଷେକ ହଲ୍‌)ରେ ହୋଇଥାଏ। ଅପରପକ୍ଷରେ ନିକଟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକସେବା ଭବନର ଏକ ସମ୍ମିଳନୀ କକ୍ଷରେ ଶପଥପାଠ କରାଇଥିଲେ। ସାଧାରଣରେ ଦେଖିଲେ ଲୋକସେବା ଭବନରୁ ରାଜଭବନର ଦୂରତା ପ୍ରାୟ ୧ କିଲୋ ମିଟର। ବ୍ୟବସ୍ଥାର ୩ ପ୍ରମୁଖ ଅଙ୍ଗ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ବ୍ୟବସ୍ଥା। ଜାତୀୟସ୍ତରରେ ପାର୍ଲାମେଣ୍ଟ ଏବଂ ରାଜ୍ୟସ୍ତରରେ ବିଧାନସଭା ଏହାର ଅନ୍ତର୍ଭୁକ୍ତ। ସେହିପରି ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ(ଲୋକସେବା ଭବନ/ଖାରବେଳ ଭବନ/ ନିର୍ମାଣ ଭବନ) ଆଦିରେ କାର୍ଯ୍ୟପାଳିକା ବୈଠକ କରି ବିଭିନ୍ନ ନିଷ୍ପତ୍ତି ନିଆଯାଇଥାଏ। ସେହିପରି ସୁପ୍ରିମକୋର୍ଟ, କୌଣସି ରାଜ୍ୟର ହାଇକୋର୍ଟ, ଜିଲା ଅଦାଲତ ଇତ୍ୟାଦିରେ ନ୍ୟାୟିକ କାର୍ଯ୍ୟକଳାପ କରାଯାଇଥାଏ। ମୂଳତଃ ବ୍ୟବସ୍ଥାପକ ଏବଂ କାର୍ଯ୍ୟପାଳିକା କିପରି କାର୍ଯ୍ୟ କରୁଛି, ଆଇନ ବାଟରେ ଯାଉଛି ନା ନାହିଁ, ତାହା ନ୍ୟାୟପାଳିକା ଦେଖିଥାଏ। ସେହି ଦୃଷ୍ଟିରୁ ରାଜ୍ୟ ନ୍ୟାୟପାଳିକାର ସର୍ବୋଚ୍ଚ ପଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥପାଠ ଏକ ବ୍ୟବସ୍ଥାପକ ବା କାର୍ଯ୍ୟପାଳିକା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ କୋଠାରେ ହେବାକୁ କେତେକ ଚିନ୍ତାଶୀଳ ବ୍ୟକ୍ତି ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଆଇନ ବ୍ୟାପାରରେ ରୁଚି ରଖୁଥିବା ସଚିବାଳୟର ଜଣେ ବରିଷ୍ଠ କର୍ମଚାରୀ ମତ ଦେଇ କହିଛନ୍ତି ଯେ, କଟକସ୍ଥିତ ଉଚ୍ଚ ନ୍ୟାୟାଳୟର ବହୁତଳ ବିଶିଷ୍ଟ କୋଠା ନିର୍ମାଣ ହେବାଠାରୁ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କ ଶପଥପାଠ କାର୍ଯ୍ୟକ୍ରମ କଟକରେ ହିଁ ଅନୁଷ୍ଠିତ ହୋଇଆସୁଛି। ଏଥର କିନ୍ତୁ କଟକରେ ନା ରାଜଭବନ ପରିସରରେ ଏପରି ଏକ କାର୍ଯ୍ୟକ୍ରମ କରାଗଲା। କରୋନା ଆଳରେ ଲୋକସେବା ଭବନରେ ନବ ନିର୍ମିତ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜନ ଏକ ବ୍ୟତିକ୍ରମ ସୃଷ୍ଟି କରିଛି। କରୋନା ଜନିତ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜଭବନର ଅଭିଷେକ ହଲ୍‌ରେ କରାଯାଇପାରିଥାନ୍ତା। ଏହି ପରମ୍ପରାକୁ ରକ୍ଷା କରାଯିବାରେ କୌଣସି ଅସୁବିଧା ନ ଥିଲା। ତେଣୁ ଏପରି ବ୍ୟତିକ୍ରମ ପ୍ରତି ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ଅନେକ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri