କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକଙ୍କର ହରିୟାଣାରେ ମୃତ୍ୟୁ

ଉଦଳା,୮।୬(ଡି.ଏନ୍‌.ଏ.): ହରିୟାଣାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୩୨ ବର୍ଷୀୟ ସୁଶାନ୍ତ ସେନାପତି। ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ।
ଦୀର୍ଘଦିନ ହେବ ସୁଶାନ୍ତ ହରିୟାଶାର ଗୁରୁଗାଓଁ ଜିଲାର ସେକ୍ଟର ୧୦ରେ ରହି ଏକ ଘରୋଇ କାରଖାନାର କାର୍ଯ୍ୟ କରୁଥିଲେ। ଅସୁସ୍ଥତା ଯୋଗୁ ତାଙ୍କୁ ଗୁରୁଗାଓଁସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୁଶାନ୍ତଙ୍କ ବାପା ଗୋପୀନାଥ ସେନାପତି ସୂଚନା ଦେଇଛନ୍ତି। ଯୁବ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।