କରୋନାର ଚକ୍ରବ୍ୟୁହରେ ଲାଲୁ !

ପାଟନା,୨୮।୪: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବେ କରୋନା ଚକ୍ରବ୍ୟୁହରେ ଫଶି ଯାଇଛନ୍ତି। ଲାଲୁ ପ୍ରସାଦ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରୁଛନ୍ତି ଉକ୍ତ ଡାକ୍ତରଙ୍କ ଓ୍ବାର୍ଡରେ ଭର୍ତ୍ତିଥିବା ଜଣେ ବରିଷ୍ଠ ନାଗରିକ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ରାଞ୍ଚି ରେଲଓ୍ବେ ଷ୍ଟେଶନ ନିକଟରେ ରହୁଥିବା ୭୫ ବର୍ଷୀୟ ବୃଦ୍ଧ ଗତ ପ୍ରାୟ ୩ ସପ୍ତାହ ହେବ ରିମ୍ସରେ ଚିକିତ୍ସିତ ହେଉଥିଲେ। ଏବେ ସେ କରୋନାରେ ପୀଡିତ ଥିବା ଜଣାପଡିଛି। ତାଙ୍କୁ ଚିକତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ ମଧ୍ୟ ରିମ୍ସରେ ଥିବା ଲାଲୁ ପ୍ରସାଦଙ୍କ ଚିକତ୍ସା କରୁଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ହେଲେ ଡାକ୍ତର ଜଣକ କହିଛନ୍ତି ୨୨ ଏପ୍ରିଲରୁ ତାଙ୍କୁ ଯେଉଁ ଓ୍ବାର୍ଡର ଦାୟିତ୍ୱ ଦିଆଯାଇଥିଲା ସେଥିରେ ସଂକ୍ରମିତ ଜଣକ ଆସିଛନ୍ତି। ଇତିମଧ୍ୟରେ ସେ ଲାଲୁ ପ୍ରସାଦଙ୍କ ଚିକିତ୍ସା କରୁଥିଲେ ମଧ୍ୟ ତାଙ୍କୁ ଫିଜିକାଲି ଟଚ୍‌ କରି ନାହାନ୍ତି ବୋଲି କହିଛନ୍ତି। ଏବେ ଲାଲୁଙ୍କର କରୋନା ଟେଷ୍ଟ ହେବ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share