କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ପ୍ରତିଷେଧକ ଟୀକା କରିବ ବିକ୍ରି !

ବେଜିଂ,୯।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୪ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। କରୋନା ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ସ୍ଥିତି ଏବେ ସ୍ବାଭାବିକ ହେବାରେ ଲାଗିଛି। ଚାଇନା ଏବେ ପ୍ରତିଷେଧକ ଟୀକା ତିଆରି କରି ବିକ୍ରି କରିବା ଲାଗି ଅଣ୍ଟାଭିଡ଼ିଛି। ଏସମ୍ପର୍କରେ ବ୍ରିଟେନ୍‌ର ଫିନବୋଲ୍ଡ ଡଟ୍‌ ଡାମ୍‌ କମ୍ପାନୀ ପକ୍ଷରୁ କରୋନା ଭାଇରସ୍‌ ରିସର୍ଚ୍ଚ ଇଣ୍ଡେକ୍ସ୍‌ ନାମକ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀର ୩୯ଟି ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଜାରି ରହିଛି। ଆମେରିକାରେ ଏନେଇ ୪୯ଟି ଗବେଷଣା କରାଯାଉଛି। ତେବେ ଚାଇନା ସବୁ ଦେଶକୁ ପଛରେ ପକାଇ ସର୍ବାଧିକ ୬୦ଟି ଗବେଷଣା ଜାରି ରଖିଛି।

Share