Posted inଖେଳ

କରୋନାରେ ପୀଡ଼ିତ ଜୁଭେଣ୍ଟସ ସୁପରଷ୍ଟାର ଡିବାଲା

ରୋମ,୨୨।୩- ଜୁଭେଣ୍ଟସ ସୁପରଷ୍ଟାର ଫୁଟବଲ ଖେଳାଳି ପଲ ଡିବାଲା ମାରାତ୍ମକ ଭାଇରସ କରୋନାରେ ପୀଡ଼ିତ ଥିବା ସ୍ବୀକାର କରିଛନ୍ତି। ଇଟାଲିଆନ ଚାମ୍ପିୟନ ଜୁଭେଣ୍ଟସ ଦଳର ତୃତୀୟ ଖେଳାଳି ଭାବେ ଡିବାଲା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏସି ମିଲନ ଡିଫେଣ୍ଡର ପାଉଲୋ ମାଲଡିନି ପ୍ରକାଶ କରିଛନ୍ତି ଯେ, ମୋ ସହ ପୁଅ ମଧ୍ୟ କରୋନାରେ ପୀଡ଼ିତ। ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଆମ କୋଭିଡ୍‌-୧୯ ଟେଷ୍ଟର ରିପୋର୍ଟ ଆସିଛି। ସାବାଷ୍ଟିଆନ, ତାଙ୍କ ମହିଳା ବନ୍ଧୁ ଓ ମୋର ପଜେଟିଭ ଆସିଛି। ଭାଗ୍ୟବଶତଃ ଆମେ ପୂରା ଠିକ୍‌ ଅଛୁ ବୋଲି ଡିବାଲା ଟୁଇଟ୍‌ କରିଛନ୍ତି। ସେ ବୁଧବାରଠାରୁ ସେଲ୍‌ଫ ଆଇସୋଲେଶନରେ ରହିଛନ୍ତି। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ତାଙ୍କ ନିକଟରେ ଲକ୍ଷଣ ଦେଖାଯାଉ ନାହିଁ ବୋଲି କ୍ଲବ ପକ୍ଷରୁ ବିବୃତିରେ କୁହାଯାଇଛି। ମିଲନ ଟେକନିକାଲ ଡିରେକ୍ଟର ମାଲଡିନି ଓ ୧୮ ବର୍ଷର ପୁଅ ତଥା ଯୁବ ଦଳର ଖେଳାଳି ଡାନିଏଲ ମାରାତ୍ମକ ଭାଇରସ ସହ ସଂଘର୍ଷ କରୁଛନ୍ତି। ଦୁହେଁ ଘରେ ଦୁଇ ସପ୍ତାହ ହେଲା ସେଲ୍‌ଫ ଆଇସୋଲେଶନ ଶେଷ କରିସାରିଛନ୍ତି। କିନ୍ତୁ ମେଡିକାଲ ପକ୍ଷରୁ ଫିଟ୍‌ ଘୋଷଣା କରାଯିବା ପୂର୍ବରୁ ସେମାନେ ଆହୁରି କ୍ୱାରାଣ୍ଟାଇନରେ ରହିବେ ବୋଲି ଏସି ମିଲନ ପକ୍ଷରୁ କୁହାଯାଇଛି। ଦଳର ଅନ୍ୟତମ ଶ୍ରେଷ୍ଠ ଡିଫଣ୍ଡେର ଥିଲେ ୫୧ ବର୍ଷୀୟ ମାଲଡିନି। ସେ ଦଳ ପାଇଁ ୬୪୭ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ୫ ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା। ଜୁଭେଣ୍ଟସ ଦଳୀୟ ସାଥୀ ଡାନିଏଲ ରୁଗାନି ଓ ବ୍ଲାଇସେ ମାଟୁଡିଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି। ଇଟାଲିରେ କରୋନା ଭାଇରସ ଆତଙ୍କ ଖେଳାଇ ରଖିଛି। ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ଚାଇନାକୁ ଅତିକ୍ରମ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri