କରୋନାରେ ପଦ୍ମଶ୍ରୀ ନିର୍ମଳ ସିଂଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୪: ସ୍ବର୍ଣ୍ଣ ମନ୍ଦିରରର ପୂର୍ବତନ ହଜୁରି ରାଗି ଜିଆନି ନିର୍ମଳ ସିଂଙ୍କର କରୋନା ଭାଇରସ ସଂକ୍ରମଣରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକିଟରେ ସେ ବିଦେଶରୁ ଫେରିଥିବା ବେଳେ ମାର୍ଚ୍ଚ ୩୦ରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଗୁରୁବାର ସକାଳେ ତାଙ୍କର ପରଲୋକ ହୋଇଥିବା ଖବର ମିଳିଛି।

Share