କରୋନାରୁ ଆରୋଗ୍ୟ ଲାଭ କରି କାର୍ଯ୍ୟରେ ଯୋଗଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୭।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆରୋଗ୍ୟ ହୋଇ ଫେରିବା ପରେ ପ୍ରଥମଥର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଦେଶରେ ଜାରି ରହିଥିବା ଲକ୍‌ଡାଉନ କେବେ ଖୋଲିବ ଏବେ ତାହା କହିବା ମୁସ୍କିଲ। କାରଣ ସମୟ ଓ ପରିସ୍ଥିତି କହିବ ଦେଶରୁ କେବେ ଲକ୍‌ଡାଉନ ହଟିବ। ଆମେରିକା ଏବେବି କରୋନା କବଳରେ ପଡି ଛଟପଟ ହେଉଥିବା ବେଳେ ବ୍ରିଟେନରେ ସ୍ଥିତି କେବେ ସୁଧୁରିବ ତାହା କାହାରିକୁ ଜଣାନାହିଁ। ଅବଶ୍ୟ ଏହି ସମୟ ମଧ୍ୟରେ ଦେଶର ଅର୍ଥନୀତି ଉପରେ ଗଭିର ପ୍ରଭାବ ପଡିବ। ହେଲେ ତରବରିଆ ନିଷ୍ପତ୍ତି ନେଇ ବଡ ସମସ୍ୟାକୁ ଡାକିଆଣିବା ସପକ୍ଷରେ ଦେଶ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share