Categories: ଜାତୀୟ

କରୋନାଭାଇରସ: ଜାପାନ ଜାହାଜରେ ଫସି ରହିଛନ୍ତି ଅନେକ ଭାରତୀୟ

ନୂଆଦିଲ୍ଲୀ,୮।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏବେ ସେଠାରେ ମୃତ୍ୟୁସଂଖ୍ୟା ୭୧୯ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ବିଶ୍ୱର ପ୍ରାୟ ସମସ୍ତ ଦେଶ ସେମାନଙ୍କ ନାଗରିକଙ୍କୁ ଫେରାଇ ନେଉଛନ୍ତି। ଭାରତ ମଧ୍ୟ ତା’ର ପ୍ରାୟ ୬୪୦ ନାଗରିକଙ୍କୁ ଫେରାଇ ଆଣିଛି। ହେଲେ ଜପାନରେ ଲାଗିଥିବା ଏକ ଜାହାଜରେ କରୋନାଭାଇରସ ସଂକ୍ରମିତ ଥିବା ଆଶଙ୍କା କରି ସେମାନଙ୍କୁ ବାହାରକୁ ଆସିବାକୁ ଅନୁମତି ଦିଆଯାଉନାହିଁ। ମେଡିକାଲ ଯାଞ୍ଚ ପରେ ସେମାନଙ୍କୁ ବାହାରକୁ ଆସିବାକୁ ଅନୁମତି ମିଳିବ। ତେବେ ଉକ୍ତ ଜାହାଜରେ ଅନେକ ଭାରତୀୟ ଫସି ରହିଥିବାର ସୂଚନା ମିଳିଛି। ଶୁକ୍ରବାର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ ଜାପାନରେ ଥିବା ଜାହାଜରେ କୌଣସି ଭାରତୀୟ କରୋନାଭାଇରସରେ ସଂକ୍ରମିତ ହୋଇ ନାହାନ୍ତି। ଆଉ ଭାରତ ଏହା ଉପରେ ନଜର ରଖିଛି।

Share