କରୋନାଭାଇରସ: ଚାଲୁ ଚାଲୁ ଟଳି ପଡୁଛନ୍ତି ଲୋକେ

ବେଜିଂ,୧।୨: ସମଗ୍ର ଚାଇନା ଏବେ କରୋନାଭାଇରସ କବଳରେ। ଏବେସୁଦ୍ଧା ସେଠାରେ ପ୍ରାୟ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ଶୁଣିବାକୁ ମିଳିଛି କି ଏଠାରେ ଏବେ ରାସ୍ତାରେ ଚାଲି ଚାଲି ଯାଉଥିବା ଅବସ୍ଥାରେ ଲୋକଙ୍କର ମୃତ୍ୟୁ ଘଟୁଛି। ‘ଦ ସନ’ର ଏକ ରିପୋର୍ଟ ଅନୁଯାୟୀ ଚାଇନାର ଉହାନ ସହରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏମିତି କିଛି ଚିତ୍ର ଏବେ ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁଯାୟୀ, ଜଣେ ବ୍ୟକ୍ତି ସାଇକେଲ ଚଳାଇ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଟଳିପଡିଥିଲେ। ତେବେ କରୋନାଭାଇରସ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Share