Posted inଖେଳ

କରୋନାଭାଇରସ୍‌ ଆତଙ୍କ ଭାରତୀୟ ବକ୍ସର ଇଟାଲୀରେ ଟ୍ରେନିଂ ଜାରି ରଖିବେ

ନୂଆଦିଲ୍ଲୀ,୨୬।୨(ପି.ଟି.)- କରୋନାଭାଇରସ ଆତଙ୍କ ସତ୍ତ୍ୱେ ଇଟାଲୀର ଅସିସିରେ ଭାରତୀୟ ବକ୍ସର ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିବେ। ଆସନ୍ତାମାସରେ ଅଲିମ୍ପିକ୍ସ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। କରୋନାଭାଇରସ ଆତଙ୍କ ପାଇଁ ଭାରତୀୟ ବକ୍ସରଙ୍କୁ ଇଟାଲୀ ଛାଡି ଚାଲିଯିବାର ବିକଳ୍ପ ଦିଆଯାଇଛି। ଭାଇରସ୍‌ର କେନ୍ଦ୍ରସ୍ଥଳୀ ଅସିସିଠାରୁ ବହୁ ଦୂରରେ ରହିଥିବାରୁ ବକ୍ସରମାନେ ଟ୍ରେନିଂ ଜାରି ରଖିବେ ବୋଲି କୁହାଯାଇଛି।
୧୩ ଜଣ ଭାରତୀୟ ବକ୍ସରଙ୍କ ସମେତ ସମାନ ସଂଖ୍ୟକ ସପୋର୍ଟଷ୍ଟାଫ୍‌ ଏବେ ଅସିସିରେ ରହିଛନ୍ତି। ଅସିସି ହେଉଛି କେନ୍ଦ୍ରୀୟ ଇଟାଲୀର ଉମ୍ବ୍ରିଆସ୍ଥିତ ଏକ ହିଲ୍‌ଟାଉନ। ଇଟାଲୀରେ କରୋନାଭାଇରସ୍‌ର ପ୍ରକୋପ ଦେଖାଦେଇଛି। ଏଥିରେ ୭ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୨୨୯ଜଣ ସଂକ୍ରମଣ ହୋଇଛନ୍ତି। ଆମେ ଏନେଇ ସାମାନ୍ୟ ଚିନ୍ତିତ ଅଛୁ ବୋଲି ଭାରତୀୟ ହାଇ ପରଫରମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋ ନିଏଭା କହିଛନ୍ତି। ମିଲାନ ନିକଟରେ କରୋନାଭାଇରସର ସଂକ୍ରମଣ ଖବର ପାଇଛୁ। ତେବେ ଏଠାରୁ ବହୁ ଦୂର କେନ୍ଦ୍ରୀୟ ଅଞ୍ଚଳରେ ଆମେ ଟ୍ରେନିଂ ଜାରି ରଖିଛୁ। ବର୍ତ୍ତମାନ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ଇଟାଲୀ କର୍ତ୍ତୃପକ୍ଷ ଜଣାଇଛନ୍ତି ବୋଲି ସେ କହିଛନ୍ତି।
ମାର୍ଚ୍ଚ ୩ ତାରିଖରୁ ଜୋର୍ଡାନରେ ଅଲିମ୍ପିକ କ୍ୱାଲିଫାୟର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପ୍ରଥମେ ଚାଇନାର ଉହାନରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସେଠାରେ କରୋନାଭାଇରନ ବ୍ୟାପିବା କାରଣରୁ ଏହି ଇଭେଣ୍ଟକୁ ଜୋର୍ଡାନକୁ ସ୍ଥାନାନ୍ତର କରାଯାଇଥିଲା। ଉଲ୍ଲେଖଥାଉ କି, ଭାରତୀୟ ଦଳରେ ତାରକା ବକ୍ସରମାନେ ରହିଛନ୍ତି। ସେମାନେ ହେଲେ ମହିଳା ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରୀକମ, ଅମିତ ପଙ୍ଘାଲ ଓ ବିକାଶ କ୍ରିଷ୍ଣନ । ଶୁକ୍ରବାର ଏମାନେ ଜୋର୍ଡାନ ଯାତ୍ରା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri