କରୋନାଭାଇରସର ନୂଆ ନାଁ ରଖିଲା ଚାଇନା

ବେଜିଂ,୮।୨: କରୋନାଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଚାଇନାରେ କରୋନାଭାଇରସରେ ମୃତ୍ୟୁସଂଖ୍ୟା ଏବେସୁଦ୍ଧା ୭୨୨ ଛୁଇଁଲାଣି। ଏହାସହ ୩୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି। ଏହା ଚାଇନା ସମେତ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଏବେ ଚାଇନା କହିଛି କରୋନାଭାଇରସର ନୂଆ ନାଁ ରଖିବ। ଏହାର ନୂଆ ନାଁ ‘ନୋବଲ କରୋନାଭାଇରସ ନିମୋନିଆ’ ବା ଏନ୍‌ସିପି ରଖାଯିବ ବୋଲି ଚାଇନା କହିଛି। ଚାଇନାରା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଅୟୋଗ ଏହି ନାମକରଣ କରିଥିବା ପ୍ରକାଶ। ଏହା ଚାଇନାର ସରକାରୀ ବିଭାଗ ଓ ସଙ୍ଗଠନ ଦ୍ୱାରା ଗ୍ରହଣ କରାଯିବା ଦରକାର ବୋଲି କୁହାଯାଇଛି।

Share