କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା।  ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ସୁସ୍ଥ ହେବାପରେ ସେମାନେ ଆମେରିକାର ଲସ୍‌ ଏଞ୍ଜେଲସ୍‌କୁ ଫେରି ଆସିଛନ୍ତି। ସେମାନଙ୍କର ଚିକିତ୍ସା ଅଷ୍ଟ୍ରେଲିଆରେ ଜାରି ରହିଥିଲା। ସେମାନଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ନେଇ ଟମ୍‌ ସୋସିଆଲ୍‌ ମିଡ଼ିଆରେ ସୂଚନା ଦେଇଥିଲେ।

Share