କରୋନାକୁ ହରାଇ ଘରକୁ ଫେରିଲେ ବୋରିସ୍‌ ଜନସନ୍‌: କିଛି ଦିନ ବିଶ୍ରାମ ପରେ କାର୍ଯ୍ୟରେ ଦେବେ ଯୋଗ

ଲଣ୍ଡନ,୧୨।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାକୁ ପରାଜିତ କରି ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। କିଛି ଦିନ ବିଶ୍ରାମ ପରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଉଛି। ୫୫ ବର୍ଷ ବୟସ୍କ ବୋରିସ୍‌ଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ତାଙ୍କୁ ୧୦ ଦିନ ତଳେ ସେଣ୍ଟ ଥୋମାସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ୩ ଦିନ ଆଇସିୟୁରେ ବିତାଇବାକୁ ପଡ଼ିଥିଲା। ସ୍ଥିତି ସାମାନ୍ୟ ହେବାରୁ ସେ ଗୁରୁବାର ଓ୍ବାର୍ଡକୁ ଫେରିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବୋରିସ୍‌ଙ୍କୁ ଡିସଚାର୍ଜ କରାଯାଇଥିବା ହସ୍ପିଟାଲ ସୂତ୍ରରୁ ସୂଚନା ଦିଆଯାଇଛି।

Share