କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବାକୁ ଆହ୍ବାନ ଦେଲେ ଡିଜିପି

କଟକ ଅଫିସ,୨୮ା୫: କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ଗୁରୁବାର ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଟୁଇଟ୍‌ରେ ସେ ପ୍ରକାଶ କରିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଓଡ଼ିଶା ପୋଲିସ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରୁଛି। ମାସ୍କ ପିନ୍ଧିଲେ ଆମେ ମିଳିତ ଭାବେ କରୋନାକୁ ପରାସ୍ତ କରିପାରିବା। ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ଡିଜିପି ଅଭୟ ପରାମର୍ଶ ଦେଇଛନ୍ତି।