କରୋନାକୁ ପରାସ୍ତ କଲେ ୧୧୩ ବର୍ଷ ବୟସ୍କା ବୃଦ୍ଧା

ମାଦ୍ରିଦ୍‌,୧୩।୫: କରୋନା ସଂକ୍ରମିତ ସଂଖ୍ୟା ଅନୁସାରେ ସ୍ପେନ୍‌ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨ଲକ୍ଷ ୬୯ ହଜାର ୫୨୦ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ୯୨୦ ରହିଛି। ସ୍ପେନ୍‌ର ଜଣେ ୧୩୩ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ହେଉଛନ୍ତି ମାରିଆ ବ୍ରାନ୍‌ୟସ୍‌। ତାଙ୍କ ଟୁଇଟର ଆକାଉଣ୍ଟ୍‌ରେ ପରିବାର ସଦସ୍ୟ ଏନେଇ ସୂଚନା ଦେଇଛନ୍ତି। ଏପ୍ରିଲ୍‌ ମାସରେ ତାଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମେ ପ୍ରଥମ ସପ୍ତାହରେ ସେ ସୁସ୍ଥ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହାପରେ ଏବେ ସେ ଘରକୁ ଫେରିଛନ୍ତି। ମାରିଆଙ୍କର ୩ ସନ୍ତାନ ଏବଂ ୧୧ ଜଣ ନାତି ନାତୁଣୀ ଅଛନ୍ତି। ଏହା ପୂର୍ବରୁ ସ୍ପେନ୍‌ର ୧୦୭ ବର୍ଷ ବୟସ୍କା ବୃଦ୍ଧା ଏନା ଡେଲ୍‌ କରୋନାକୁ ହରାଇ ଘରକୁ ଫେରିଥିଲେ।

Share