କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର: ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପାପଡ଼ାହାଣ୍ଡି ଥାନା ପୋଲିସ

ପାପଡାହାଣ୍ଡି, ୧୦।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତୀଗୁଡା ଗ୍ରାମରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ସହ ସାମାଜିକ ଦୂରତ୍ୱ ନ ମାନିବାକୁ ନେଇ ୮ ଜଣ ଗିରଫ ହୋଇଛନ୍ତି। ପୋଲିସ ସେମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କରୋନାରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ଆଶ୍ରୟ ଦେଇଥିବାକୁ ନେଇ ଗତ ୭ ତାରିଖ ରାତିରେ ଅଂଶୁମାନ ମହାନ୍ତି, ଈଶ୍ୱର ପାଇକ, ମାଧବ ମାଝି, ଦିନୁ ଭତରା, କାହ୍ନୁ ଗୌଡ଼, ନୀଳକଣ୍ଠ ଗୌଡ଼, ନବଘନ ଗୌଡ଼,ନୀଳକଣ୍ଠ ମାଝି ତାଙ୍କ ଘରେ ପଶିଥିଲେ। ଏପରିକି ସେମାନେ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିଥିଲେ। ଗ୍ରାମରେ ମିଥ୍ୟା ଖବର ଗୁଜବ କରିବା ସହ ଗୋଟିଏ ସ୍ଥାନରେ ଏକାଠି ହୋଇ ସାମାଜିକ ଦୂରତା ମାନି ନ ଥିଲେ। ଖବର ପାଇ ପାପଡାହାଣ୍ଡି ପୋଲିସ ଗ୍ରାମରେ ପହଞ୍ଚିି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଲକ୍‌ ଡାଉନ୍‌ ସମୟରେ ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ଏକାଠି ହେବା ଓ ମିଥ୍ୟା ଖବର ଗୁଜବ କରିଥିବା ଆଇଆଇସି ଶୂବେନ୍ଦୁ ଶବର ସୂଚନା ଦେଇଛନ୍ତି।