କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍‌ କଲେ ଅମୀର

ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍‌ କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ ଛୁଟି ମନାଉଛନ୍ତି ତ ଆଉ କିଏ ନିଜର କାମ ପାଇଁ ଯୋଜନା କରୁଛନ୍ତି। ଏହି ତାଲିକାରେ ପଛରେ ନାହାନ୍ତି ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାଁ। ଏହି ଖାସ୍‌ ଦିନରେ ସୋସିଆଲ ମିଡିଆ ଜରିଆରେ ସେ ଅଭିନେତ୍ରୀ କରୀନା କପୁରଙ୍କୁ ଭାଲେଣ୍ଟାଇନ୍ସ ଡେ’ର ଓ୍ବିଶ୍‌ କରିଛନ୍ତି। ଏକ ଦମ୍‌ଦାର ପୋଷ୍ଟର ସହ ଭାଲେଣ୍ଟାଇନ୍ସ ଡେ’ର ଶୁଭକାମନା ଜଣାଇଛନ୍ତି।


ଏପରି କହିବା ପଛରେ ଏକ କାରଣ ମଧ୍ୟ ରହିଛି। ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ଯେଉଁଥିରେ କରୀନା କପୁର ନଜର ଆସିଛନ୍ତି। ଏହି ପୋଷ୍ଟରରେ କରୀନା ଅମୀରଙ୍କୁ ହଗ୍‌ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଅମୀର କ୍ୟାପ୍‌ଶନ ଲେଖିଛନ୍ତି, ‘ପାଇବାର ଆଶା ଆଉ ହରେଇବାର ଡର’ ହେଉଛି ଜୀବନ ଯାତ୍ରା। ହ୍ୟାପି ଭାଲେଣ୍ଟାଇନ୍‌ ଡେ କରୀନା। ମୁଁ ଚାହୁଁଛି ତୁମ ସହ ସବୁ ଫିଲ୍ମରେ ପ୍ରେମ କରିବାର ସୁଯୋଗ ମିଳୁ।
ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ ଚଳିତବର୍ଷ ଶେଷ ଆଡ଼କୁ ଅର୍ଥାତ୍‌ ଖ୍ରୀଷ୍ଟମାସରେ ରିଲିଜ ହେବ।

 

Share